
ଯାଜପୁର ଜିଲ୍ଲା ଧର୍ମଶାଳାରୁ (ବିନୋଦ ସାହୁଙ୍କ ରିପୋର୍ଟ)
ଜିଲ୍ଲା ଧର୍ମଶାଳା ନିର୍ବାଚନୀ ମଣ୍ଡଳୀର ପାଟପୁର ମିର୍ଜାପୁର ଠାରେ ଥିବା ଲାଙ୍ଗୁଡ଼ି ପର୍ବତ ପାଦଦେଶରେ ଅବସ୍ତିତ ମା,ଦୁଆରଶେଣି ଦେବୀଙ୍କ ୩୯ ତମ ରାଧାକୃଷ୍ଣ ମେଲଣ ଏକ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ସମାଜସେବୀ ଧୁଶାସନ ନୟାକଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବେ ସମାଜ ସେବୀ ଅବସରପ୍ରାପ୍ତ ଜିଲ୍ଲା ବିଚାରପତି ଗୟାଧର ପଣ୍ଡା,ସମାଜ ସେବିକା ମିନତୀ ସାହୁ,ଶିଶୁ ସୌରଭର ସମ୍ପାଦକ ଅଭମନ୍ୟୁ ଧଳ,ସମାଜ ସେବୀ ଆଲୋକ ଜେନା ସାମନ୍ତ,ରାଘବ ଦାସ, ଫାଣ୍ଡି ଅଧିକାରୀ ପ୍ରେମାନନ୍ଦ ପୃଷ୍ଟି,ଏ,ଏସ ଆଇ ପ୍ରତାପ ଦେବତା ପ୍ରମୁଖ ଯୋଗ ଦେଇଥିଲା ବେଳେ ବିଭିର୍ନ ଗ୍ରାମରୁ ୧0 ଗୋଟି ରାଧାକୃଷ୍ଣ ବିମାନ ଶୋଭା ଯାତ୍ରାରେ ଆସି ମେଲଣ ସ୍ଥଳରେ ପଦାର୍ପଣ କରିଥିଲେ।ଏଥିରେ ବହୁ ଗ୍ରାମରୁ ୧୦ ହଜାରରୁ ଉର୍ଦ୍ଧ ଭକ୍ତବୃନ୍ଦ ସମାଗମ ହୋଇ ଏହି ମେଲଣକୁ ଉତ୍ସବ ମୁଖରୀତ କରିଥିଲେ।ଏହି ଉତ୍ସବ ପରିଚାଳନାରେ ସର୍ବଶ୍ରୀ ବାଇଧର ନାୟକ,ବିଶ୍ଵନାଥ ମହାପାତ୍ର,ବାବାଜୀ ନାୟକ,ପ୍ରୀତି କିଶୋର ନାୟକ,ଅର୍ଜୁନ ଚରଣ ନାୟକ,ଅଂକୁର ପ୍ରଧାନ,ରାକେଶ ନାୟକ,ଅରୁଣ ନାୟକ,ଆଦିତ୍ୟ ନାୟକ,ସୁମିତ୍ର ମହାପାତ୍ର,ଯୋଗେନ୍ଦ୍ର ବେହୁରି ପ୍ରମୁଖ ଏହି ଉତ୍ସବକୁ ସହଯୋଗ କରିଥିଲେ।
