ନୂଆପଡ଼ାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ନେଇ ପ୍ରସ୍ତୁତି ବୈଠକ
ନୂଆପଡ଼ା : ( ସୁରେଶ ଦଣ୍ଡସେନା )
ନୂଆପଡ଼ା ଜିଲ୍ଲାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାକୁ ସୁବ୍ୟବସ୍ଥିତ ଓ ଆକର୍ଷଣୀୟ ଢଙ୍ଗରେ ଆୟୋଜନ କରିବା ନେଇ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତଙ୍କ ଅଧ୍ଯକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି।ପ୍ରସ୍ତାବିତ ଦୁଇଦିନିଆ ମେଳା ପୋଲିସ ପଡ଼ିଆରେ ଡିସେମ୍ବର ଶେଷ ଭାଗ କିମ୍ବା ଜାନୁଆରୀ ପ୍ରଥମ ଭାଗରେ ଆୟୋଜନ କରିବା ନେଇ ଆଲୋଚନା ହୋଇଛି।ମେଳାରେ ପ୍ରାୟ ୨୦ଟି ଷ୍ଟଲ୍ ମାଧ୍ଯମରେ ମତ୍ସ୍ୟଚାଷ, ପଶୁପାଳନ, କୃଷି, ଆଧୁନିକ ପ୍ରଯୁକ୍ତି ଓ ସରକାରୀ ଯୋଜନା ସମ୍ପର୍କରେ ଚାଷୀଙ୍କୁ ସଚେତନ କରାଯିବ।ବୈଠକରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ସୁଖେନ୍ଦୁ ରାୟ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜଗବନ୍ଧୁ ପଟେଲ, ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ତୁଷାର ଦୀପଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ।
