ତା 14.10.2026 ରିଖ ଦିବା 10 ଘଟିକା ସମୟ ରେ ଖୋର୍ଦ୍ଧା ବ୍ଲକ ଅନର୍ଗତ ଉଭୟ କାଇପଦର ଓ ବଙ୍ଗିଦା ପଞ୍ଚାୟତ ଅଧୀନରେ ଥିବା ଆଠ ଗୋଟି ବିଦ୍ୟାଳୟ ଓ ଦୁଇଟି ମହା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାଇପଦର ମାଳିସାହି ଠାରେ କାଇପଦର କ୍ଲଷ୍ଟର ସ୍ତରୀୟ ସୁରଭି =2026 ଶିଶୁ ମହୋତ୍ସବ ସି ଆର ସି ସି ଶ୍ରୀମତୀ ବାଗେଶ୍ରୀ ମହାପାତ୍ର ଙ୍କ ଅଧକ୍ଷତାରେ ଯଥାରୀତି ଅନୁଷ୍ଠିତ ହୋଇଯାଇଛି
ଉକ୍ତ ମହୋତ୍ସବ ରେ ଖୋର୍ଦ୍ଧା ବ୍ଲକ ର ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜିକା ତଥା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମତୀ ଲଷ୍ମୀପ୍ରିୟା ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ କାଇପଦର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଶ୍ରୀଯୁକ୍ତ ବିଜୟ କୁମାର ଅରିସଲ ସରକାରୀ ଉଚ୍ଚ ବିଦ୍ୟାଳୟ ବଙ୍ଗିଦା ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅନିନ୍ଦିତା ବେହେରା, ସମାଜ ସେବୀ ଶ୍ରୀଯୁକ୍ତ ଭିକାରୀ ଚରଣ ବଳିୟାରସିଂହ. ଶିକ୍ଷାଵିତ ଶ୍ରୀଯୁକ୍ତ ରଜନୀକାନ୍ତ ରାଉତରାୟ,ଉକ୍ତ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ତ୍ରିଲୋଚନ ବେହେରା, ବେଣୁଧର ମହାପାତ୍ର, ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ଶ୍ରୀଯୁକ୍ତ ଅଗାଧୁ ସେଠୀ ବ୍ଲକ ପିଷ୍ଟା ସଙ୍ଘ ର ସମ୍ପାଦକ ଶ୍ରୀଯୁକ୍ତ ମୃତ୍ୟୁ ଞ୍ଜୟ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆହୁରି ରୁଦ୍ଧିମନ୍ତ କରିଥିଲେ ଏହି ସୁରଭି କାର୍ଯ୍ୟକ୍ରମ ରେ ଯଥାକ୍ରମେ ସର୍ବ କନିଷ୍ଠ,କନିଷ୍ଠ, ବରିଷ୍ଠବିଭାଗ ର ବିଭିନ୍ନ ପ୍ରତିଯୋଗିତା ଚିତ୍ରାଙ୍କନ, ବକ୍ତୃତା, ସାଧାରଣ ଜ୍ଞାନ, ସଂଗୀତ, ସୃଜନଶୀଳ ଲିଖନ ସାଂସ୍କୃତିକ କାର୍ଯ୍ୟକ୍ରମ ଭଳି ବାରଟି ବିଭାଗ ଅନୁଷ୍ଠିତ ହୋଇଥିଲା ଓ ଛାତ୍ରଛାତ୍ରୀ ମାନେ ନିଜ ନିଜର କୃତିତ୍ୱ ପ୍ରଦର୍ଶନ କରିଥିଲେ
ଦ୍ଵିତୀୟାର୍ଦ୍ଧ ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁର ସ୍କାର ପ୍ରାପ୍ତ ଶ୍ରୀଯୁକ୍ତ ଆଶିଷ କୁମାର ରାୟ, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ସାହୁ, ମନୋରମା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଂକୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ
ଯେଉଁ ପିଲାମାନେ କ୍ଲଷ୍ଟର ସ୍ତରୀୟ କାର୍ଯ୍ୟକ୍ରମ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେମାନେ ବ୍ଲକ ସୁରଭି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିବେ ବୋଲି ସିଆର ସିସି ସୂଚନା ପ୍ରଦାନ କରିଥିଲେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜିକା ମହାଶୟା ତାଙ୍କ ଅଭିଭାଷଣ ରେ ଏହି କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିବା ସହିତ ଏହା ଛାତ୍ରଛାତ୍ରୀ ଙ୍କର ପ୍ରତିଭା କୁ ଅନ୍ୱେଷଣ କରି
ବିକଶିତ କରିବାରେ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ କାଇପଦର ସରପଞ୍ଚ ମହାଶୟ ଏହି କାର୍ଯ୍ୟକ୍ରମ ସରକାର ଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହି ଉଚ୍ଚ ପ୍ରଶଂସା କରିଥିଲେ ପରିଶେଷରେ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନବ କିଶୋର ମଲ୍ଲିକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ
