ଭୁବନେଶ୍ଵର, ୧୩/ ୧୦ – ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ( Land Right) ଦେବା, ବିନା ଥଇଥାନରେ ଲଗାତାର ଚାଲିଥିବା ବସ୍ତି ଉଚ୍ଛେଦ ବନ୍ଦ କରିବା, ଜୀବିକା ସୁରକ୍ଷାର ଆବଶ୍ୟକତା ପାଇଁ କର୍ମସ୍ଥଳ ନିକଟରେ ଥଇଥାନ କରିବା, ସମ୍ବିଧାନ ଓ ଆଇନ ଅନୁସାରେ ବସ୍ତି ଗୁଡିକୁ ଓ ବସ୍ତି ବାସିନ୍ଦାଙ୍କୁ ମଣିଷ ରହିବା ଯୋଗ୍ୟ ପରିବେଶ ଯୋଗାଇ ଦେବା, କଟକ ମହାନଗରର ବସ୍ତି ଓ ବସ୍ତି ବାସିନ୍ଦାଙ୍କ ପୂର୍ବ ତାଲିକା ସାର୍ବଜନୀନ କରିବା ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଂଚ ପକ୍ଷରୁ ବସ୍ତିବାସିନ୍ଦାଙ୍କ ଏକ ବିଶାଳ ଶୋଭାଯାତ୍ରା ବିଧାନସଭା ସମ୍ମୁଖରେ ପହଞ୍ଚୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପାଞ୍ଚ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଦିଆ ଯାଇଥିଲା । ବିକ୍ଷୋଭ ସ୍ଥଳ ସଭାରେ ବସ୍ତି ବାସିନ୍ଦାଙ୍କ ମିଳିତ ମଂଚର ଆବାହକ ଖଗେଶ୍ଵର ସେଠୀଙ୍କ ପରିଚାଳନା କରିଥିଲେ । ବସ୍ତି ବାସିନ୍ଦାଙ୍କ ଦାବିର ସମର୍ଥନରେ ଏସ୍ୟୁସିଆଇ( କମ୍ୟୁନିଷ୍ଟ) ରାଜ୍ୟ ନେତା ବିଶ୍ଵାବସୁ ଦାସ, ଆଇନଜୀବୀ ସୁକାନ୍ତ ନାୟକ, ବିଶ୍ୱପ୍ରିୟ କାନୁନଗୋ, ଇଂ କ୍ଷୀରୋଦ ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବସ୍ତି ନେତା ଦୀପକ ଦାସ, ସ୍ଵାଧୀନ ବେହେରା, ସୁକାନ୍ତ ନାୟକ, ନୟନା ନାୟକ, ଗଙ୍ଗାଧର ଦଳାଇ, ସୁଜାତା ମହାପାତ୍ର, ବିଚିତ୍ର ପାତ୍ର, ଶିବ ବେହେରା, ସୁରେନ୍ଦ୍ର ନାଥ ମୁର୍ମୁ, ଚାନ୍ଦୁ ହେମ୍ବ୍ରମ, ଜିତୁ ମାରାଣ୍ଡି, ବାପି ମୁର୍ମୁ, ରେଣୁବାଳା ଦାସ, ଗୀତା ଦେବୀ ଶାହା, ସରସ୍ଵତୀ ସୂତାର, ଜ୍ୟୋତ୍ସ୍ନା ପାଲ, ଶାନ୍ତଲତା ପ୍ରଧାନ, ଧ ରଣୀଧର ମହାରଣା, ପ୍ରଦୀପ ସେନାପତି ମହେନ୍ଦ୍ର ପରିଡ଼ା, ଲୀନା ମଲ୍ଲିକ, ଧନୀ ସାହୁ, ରିତା ଦଳାଇ କାହ୍ନୁ ଚରଣ ଦାଶ, ସୁଦର୍ଶନ ବାରିକ, ଦୀନବନ୍ଧୁ ନାୟକ ସସ୍ମିତା ଦାସ ପ୍ରମୁଖ ବିକ୍ଷୋଭର ନେତୃତ୍ବ ନେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ପ୍ରତିଶୃତିରେ ବିଜେପି କହିଥିଲା ଆମେ ସରକାର କଲେ ସମସ୍ତ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଦେବୁ। ନିର୍ବାଚିତ ହୋଇ ପାଖାପାଖ ଅଢ଼େଇ ବର୍ଷ ଶାସନ କଲେଣି । ଦୁଃଖର ବିଷୟ ପଟ୍ଟା ଦେବା ତ ଦୂରର କଥା ଗୋଟିଏ ପରେ ଗୋଟିଏ ବସ୍ତିକୁ ଉଛେଦ କରି ଚାଲିଛନ୍ତି । ଏହି ଅମାନବୀୟ କାର୍ଯ୍ୟରୁ ନିବୃତ ରହି ବସ୍ତି ବାସିନ୍ଦାଙ୍କ ମିଳିତ ମଂଚ ପକ୍ଷରୁ ଦାବି ରଖାଯାଇଛି ।
