ନୂଆପଡ଼ା:ରିପୋର୍ଟ(ସୁରେଶ ଦଣ୍ଡସେନା)
ଟାନୱାଟ ସ୍ଥିତ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର ମାନସିକ ବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ସୁଶାନ୍ତ କୁମାର ମିଶ୍ର, ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ସଞ୍ଜୀବ କୁମାର ମହାନ୍ତି, ବିଦ୍ୟାଳୟର ଅଧ୍ୟକ୍ଷ ରାଜେଶ୍ୱରୀ ସାମନ୍ତ, ମହାବିଦ୍ୟାଳୟ ର ଅଧ୍ୟପକାଗଣ ଓ ଅଧିକାର ମିତ୍ରଗଣ ଉପସ୍ଥିତ ହୋଇ ମାନସିକ ସ୍ୱାସ୍ଥ୍ୟ ଆଇନ ଏବଂ ନାଲ୍ସା (ମାନସିକ ଋଗ୍ନତାଗ୍ରସ୍ତ ତଥା ବୌଦ୍ଧିକ ଅକ୍ଷମ ବ୍ୟକ୍ତିଙ୍କୁ ଆଇନ ସେବା) ଯୋଜନା, ୨୦୨୪ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିଥିଲେ । ଏହି ଅବସରରେ ଅତିଥି ମାନେ ମାନସିକ ଋଗ୍ନତାଗ୍ରସ୍ତ ବ୍ୟକ୍ତିଙ୍କୁ ମାଗଣା ଆଇନ ସେବା ପ୍ରଦାନରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭୂମିକା ବିଷୟରେ ଚର୍ଚ୍ଚା କରିଥିଲେ ।
