ଗୋଡିପଡାରେ ଆମ ଗାଁ ପ୍ରତିଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଖୋର୍ଦ୍ଧା ଜିଲ୍ଲା ଗୋଡିପଡାର ମା’ ବଘେଇ ଯୁବ ପରିଷଦ ସଂଗଠନ ପକ୍ଷରୁ ମୋ ଗାଁ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗୋଡିପଡା ପଞ୍ଚାୟତ ର ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବା ଏବଂ ପ୍ରତିଭା ର ବିକାଶ କରିବା ଭଳି କଳା, ସଂସ୍କୃତିକୁ ଉଜ୍ଜୀବିତ ରଖିବା ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କବି,ପରିବେଶବିତ୍, ବରିଷ୍ଠ ସାମ୍ବାଦିକ ଲୋହିତ ନାରାୟଣ ମହାପାତ୍ର
ଆମ ଗାଁ ପ୍ରତିଭା କାର୍ଯ୍ୟକ୍ରମ ର ସଭାକୁ ପରିଚାଳନା କରିବା ସହ ସ୍ବାଗତ ଭାଷଣ ଦେଇଛନ୍ତି। ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ରୁପେ ଖୋର୍ଦ୍ଧା SDPO ପଙ୍କଜ କୁମାର ମାଝି ସମ୍ମାନିତ ଅତିଥି ରୁପେ ସହ Arto ଖୋର୍ଦ୍ଧା ଅରବିନ୍ଦ ନାୟକ , ପୁର୍ବତନ ଷଷ୍ଠ IRB ର କମାଣ୍ଡେଣ୍ଟ ନାରାୟଣ ଡୋରା, ଆମ ଗାଁ ପ୍ରତିଭା କାର୍ଯ୍ୟକ୍ରମ ର ସଭାପତି ସତିଶ ପ୍ରହରାଜ ପ୍ରମୁଖ ଉପସ୍ଥିତ ରହି ଗ୍ରାମାଞ୍ଚଳ ର ପ୍ରତିଭା ମାନଙ୍କର ବିକାଶ ଉପରେ ଆଲୋକପାତ କରିଛନ୍ତି।
ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ବ୍ଯକ୍ତି ବିଶେଷ ମାନଙ୍କୁ ମା ବଘେଇ ଯୁବ ପରିଷଦ ପକ୍ଷରୁ ଅତିଥି ମାନଙ୍କ ଦ୍ବାରା ସମ୍ମାନିତ କରାଯିଇଛି। ପ୍ରସନ ଖଣ୍ଡୟତରାୟ ଧନ୍ୟବାଦ ଅର୍ପଣ କରିଛନ୍ତି। ଶେଷରେ କୁନି କୁନି କଳାକାର ଙ୍କ ଗୀତ, ନୃତ୍ୟ ପରିବେଷଣ କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକ ମାନଙ୍କ ମନ ମୋହିଛି। ଗ୍ରାମାଞ୍ଚଳ ରେ ପ୍ରତିଭା ର ବିକାଶ ଏବଂ ସେମାନଙ୍କୁ ସମ୍ମାନିତ କରିବା ଦିଗରେ ଆୟୋଜକ ଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି।
