ଖୋର୍ଦ୍ଧା – ଗୋଡ଼ିପୋଖରୀ ଠାରେ ଅବସ୍ଥିତ ବ୍ରହ୍ମାକୁମାରୀ ସେବାକେନ୍ଦ୍ର ପରିସରରେ ଏହାର ସଞ୍ଚଳିକା ବ୍ରହ୍ମାକୁମାରୀ ଅନୁରାଧା ଭଉଣୀଙ୍କର ସଭାପତିତ୍ୱରେ ‘ପବିତ୍ର ଗୁରୁଦିବସ ‘ ପାଳନ କରାଯାଇଥିଲା, ଅତିଥି ଭାବରେ କଣ୍ଟାବାଡ ରମାମଣୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ପ୍ରଭାତ କୁମାର ଆଚାର୍ଯ୍ୟ, ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ନରସିଂହ ପ୍ରସାଦ ପଟ୍ଟନାୟକ, ପ୍ରାକ୍ତନ ପ୍ରାଧ୍ୟାପକ ଶ୍ରୀ ଗୋପାଳ କୃଷ୍ଣ ଦାସ, ଶିକ୍ଷ୍lବିତ୍ ଶ୍ରୀମତୀ ମନ୍ଦିରା ଦେ ଯୋଗଦାନ କରି “ଆଜିର ସମାଜରେ ଶିକ୍ଷକଙ୍କର ଭୂମିକା “ବିଷୟରେ ଆଲୋଚନା କରି ବିଶ୍ୱଶାନ୍ତି ପାଇଁ ପ୍ରଦୀପ ପ୍ରଜ୍ଜଳନ କରିଥଲେ l ବ୍ରହ୍ମାକୁମାର ଜୟକୃଷ୍ଣ ଭାଇ ଛାତ୍ର ଛାତ୍ରୀ ମାନଙ୍କୁ ନୈତିକ ଶିକ୍ଷା, ଚରିତ୍ର ନିର୍ମାଣ ର ଶିକ୍ଷା,ମୂଲ୍ୟବୋଧ ଭିତ୍ତିକ ଶିକ୍ଷା, ନିଶାମୁକ୍ତିର ଶିକ୍ଷା, ସଂଯମତା, ଶୃଙ୍ଖଳା ଜ୍ଞାନ, ପିତୃମାତୃ ଓ ଗୁରୁଜନ ଙ୍କୁ ଭକ୍ତି ତଥା ମୋବାଇଲ ବ୍ୟବହାର ଠାରୁ ଦୁରେଇ ରହିବା ପାଇଁ କହିଥିଲେ l ବିଭିନ୍ନ ବିଦ୍ୟାଳୟରୁ 50(ପଚାଶ)ଜଣ ଶିକ୍ଷକ ଶିକ୍ଷୟତ୍ରୀ ଏଥିରେ ଯୋଗଦାନ କରି ନିଜର ମତବ୍ୟକ୍ତ କରିଥିଲେ l ଉପସ୍ଥିତ ସମସ୍ତ ଗୁରୁଜୀ ଓ ଗୁରୁମାମାନଙ୍କୁ ଫୁଲ ଚନ୍ଦନ ଦେଇ ସମ୍ମାନିତ କରାଯାଇଥିଲା l ଶେଷରେ ନେପାଳ ରେ ବନ୍ୟା ପ୍ରକୋପରେ ମୃତ୍ୟୁ ବରଣ କରିଥିବା ଅମର ଆତ୍ମାମାନଙ୍କ ପାଇଁ ପରମାତ୍ମାଙ୍କ ନିକଟରେ ଶାନ୍ତି ପ୍ରାର୍ଥନା କରାଯାଇଥିଲା l
