
ଧର୍ମଶାଳା ୨୫/୩ ରିପୋର୍ଟ (ବିନୋଦ ବିହାରୀ ସାହୁ) ସଚେତନ ଓ ସାମାଜିକ ଦାଇତ୍ବ ଅଭାବରୁ ଜାଣତରେ ହେଉ ବା ଅଜାଣତରେ ହେଉ ଧର୍ମଶାଳା ଅଞ୍ଚଳରେ ସବୁଆଡେ କୁଢ଼ କୁଢ଼ ଅଳିଆ ଆବର୍ଜନା ଆମ ସମସ୍ତଙ୍କ ଆଖିରେ ପଢୁଛି କିନ୍ତୁ କେହି ପ୍ରତିବାଦ କରୁନାହାନ୍ତି । ଆମ ପରିବେଶକୁ ସ୍ୱଚ୍ଛତା ରଖିବା ସରକାରୀ ସ୍ତରରେ ହେଉ କିମ୍ବା ବେସରକାରୀ ସମସ୍ତେ ଦେଖି ନଦେଖିଲା ଭଳି ରହୁଛନ୍ତି । ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ବାଟ ମାରଣା କେବଳ ପ୍ରଚାର ପ୍ରସାରରେ ସୀମିତ ହୋଇ ରହିଛି । ପଲିଥିନ, ପ୍ଲାଷ୍ଟିକର ବହୁଳ ମାତ୍ରାରେ ବ୍ୟବହାର ଯୋଗୁ ଜାରକା ବଜାରର ମୁଖ୍ୟ ରାସ୍ତା କଡରେ ଯୁଆଡେ ଦେଖିବ ସବୁ ଆଡେ ଗଦା ଗଦା ଅଳିଆ ଆବର୍ଜନା ଜମା ହୋଇ ରହିଛି।ସମସ୍ତ ଦୋକାନୀ ଠାରୁ ରାସ୍ତା କଡରେ ଘରକରି ବସବାସ କରୁଥିବା ଘରୋଇ ଲୋକମାନେ ମନଇଚ୍ଛା ଅଇଁଠା ଠୋଲୀ, ପତ୍ର, ପଚାସାଢା ପନିପରିବା ଫଳମୂଳ ବର୍ଜ୍ୟବସ୍ତୁ ରାସ୍ତା କଡରେ ଜମା କରୁଛନ୍ତି। ବସଷ୍ଟାଣ୍ଡରେ ବସକୁ ପ୍ରତିକ୍ଷା କରିବା ସ୍ଥାନରେ ଚାରିଆଡେ ଅଳିଆ ଆବର୍ଜନ ସହିତ ନିକଟରେ କେତେଗୁଡିଏ ବୟଲର କୁକୁଡ଼ା ଦୋକାନ ରହିଥିବାରୁ ସେଠାରେ ଦୁର୍ଗନ୍ଧମୟ ଅସ୍ୱାସ୍ଥ୍ୟକର ପରିବେଶରେ ଯାତ୍ରୀମାନଙ୍କୁ ଅପେକ୍ଷା କରିବାକୁ ପଡିଥାଏ । ଜାତୀୟ ରାଜପଥ କଡରେ ରହିଥିବା ଡ୍ରେନେଜ ଦୀର୍ଘବର୍ଷ ହେବ ସଫେଇ ଓ ମରାମତି କାମ ହୋଇନଥିବାରୁ ବହୁ ଜାଗାରେ ଡ୍ରେନଜ ଉପରେ ପଡ଼ିଥିବା ଢାଙ୍କୁଣୀ ଭାଙ୍ଗି ତୁଟି ନଷ୍ଟ ହୋଇଯିବାରୁ ସେଥିରୁ ଅସ୍ୱାଭିକ ଦୁର୍ଗନ୍ଧମୟ ଗ୍ୟାସ ନିର୍ଗତ ହେଉଛି। ଏହିସବୁ ଅପରିଷ୍କାର କାରଣରୁ ସବୁ ଅଞ୍ଚଳରେ ମଶା, ମାଛିଙ୍କ ବଂଶ ବିସ୍ତାର ଯୋଗୁ ଏଠାରେ ବସବାସ କରୁଥିବା ଜନସଧାରଣ ବହୁ ସମୟରେ ବିଭିର୍ନ ରୋଗ ଯଥା ମ୍ୟାଲେରିଆ, ଡେଙ୍ଗୁ ଜ୍ୱର ସହିତ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହେଉଥିବାର ଦେଖିବାକୁ ମିଳୁଛି । କିଛିମାସ ପୂର୍ବରୁ ଏଠାରେ ଝାଡା ବାନ୍ତି ରୋଗରେ କିଛି ଲୋକଙ୍କର ଜୀବନ ହାନି ଘଟିଥିବା ଘଟଣା ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା। ସେତେବେଳେ ବହୁ ରାଜନେତା ଛୁଟି ଆସିଥିଲେ ରୋଗୀ ମାନଙ୍କର ସ୍ୱସ୍ତ୍ୟଗତ ସମସ୍ୟା ବୁଝିବା ସହିତ ହଇଜା ରୋଗ ବ୍ୟାପିବାର କାରଣ ଖୋଜିବା ସହିତ ବିଭିର୍ନ ଦିଗ ଉପରେ ଆଲୋଚନା କରିଥିଲେ। ତଥାପି ଏଠାରେ ପ୍ରଶାସନ ଲୋକଙ୍କ ସ୍ୱାସ୍ଥ୍ୟଗତ ଅସୁବିଧାକୁ ଗୁରୁତ୍ତ୍ୱ ସହିତ ବିଚାର କରି ତାର ପ୍ରତିକାର ପାଇଁ କୌଣସି ପଦକ୍ଷେପ ନରିନାହାନ୍ତି । ସରକାରଙ୍କ ସ୍ଵଛ ଭାରତ ଅଭିଯାନରେ ପଞ୍ଚାୟତକୁ ଆସୁଥିବା ଅର୍ଥ କେବଳ କାଗଜ କଲମରେ ସୀମିତ ହୋଇ ରହିଛି। ରାସ୍ତା କଡରେ ରହୁଥିବା ଦୋକାନୀ କିମ୍ବା ଘରୋଇ ଲୋକମାନେ ନିଜର ଅଳିଆ ଆବର୍ଜନା ପକାଇବା ପାଇଁ କୌଣସି ଡ଼ସବିନର ବ୍ୟବସ୍ତା ରହିନାହିଁ । ପଞ୍ଚାୟତ ତରଫରୁ ପରିମଳ ବୁହାଗାଡ଼ିର ବ୍ୟବସ୍ତା ଥାଇ ମଧ୍ୟ କେବେବି ତାହାକୁ ସ୍ଵଛତା ପାଇଁ ବ୍ୟବହାର କରାଯାଉନାହିଁ। ମଶା, ମାଛିଙ୍କୁ ମାରିବା ପାଇଁ ଏଠାକାର ପ୍ରଶାସନ କେବେବି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଉନାହାନ୍ତି। ସ୍ୱଚ୍ଛ ଭାରତ ଅଭିଯାନରେ ସ୍ୱଚ୍ଛତା ପାଇଁ ଓଡିଶା ସରକାର’ ସ୍ଵଛ ଓଡିଶା’ ଯୋଜନା ଆଣିଛନ୍ତି। ୨୦୨୫ -୨୬ ଠାରୁ ୨୦୩୦ ମସିହା ୫ ବର୍ଷ ଭିତରେ ରାଜ୍ୟରେ ୧୬୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଏହି ଯୋଜନାକୁ ଧର୍ମଶାଳା ବ୍ଲକରେ ପ୍ରଶାସନ ଜାରକା ବଜାରରେ କିଛିମାତ୍ରାରେ ଯଦି କାର୍ଯ୍ୟକାରୀ କରନ୍ତେ, ହୁଏତ ଏଠାକାର ଜନସଧାରଣ ସ୍ଵଛତାର ସୁଫଳ ପାଇପାରନ୍ତେ ବୋଲି ସାଧାରଣରେ ବୁଦ୍ଧିଜୀବୀ ଆଶା ରଖିଛନ୍ତି।
