ବାଲିଗୁଡା, ତା,୧୭/୩ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ମହସିଙ୍ଗି ରେ ଲକ୍ଷ୍ମୀ ମନ୍ଦିରର ରତ୍ନମୁଦ ଉତ୍ସବ ଓ ଅଷ୍ଟ ପ୍ରହରୀ ନାମ ଯଜ୍ଞ ତିନି ଦିନ ଧରି ଅନୁଷ୍ଠିତ ହେବା ପରେ ମଙ୍ଗଳବାର ଉଦଯାପିତ ହୋଇଯାଇଛି | ମହସିଙ୍ଗ ଗ୍ରାମ୍ୟ କମିଟିର ତତ୍ୱାବଧାନରେ କଳସ ଯାତ୍ରା ସହିତ ତିନି ଦିନ ଧରି ନାମ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ, ଗୋ ପୂଜା, ସୂର୍ଯ୍ୟ ପୂଜା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଯଥା ରୀତିନୀତୀ ଅନୁଯାୟୀ ଅନୁଷ୍ଠିତ ହୋଇଥିଲା | ମହସିଙ୍ଗି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ ପାଟ୍ଟଖଣ୍ଡା ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଲକ୍ଷ୍ମୀ ମନ୍ଦିର ଠାରେ ନାମ ଯଜ୍ଞ ସହ ରତ୍ନମୁଦ ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇଥିଲା | ଏଥିରେ ଆଖପାଖ ବିଭିନ୍ନ ଅଞ୍ଚଳ ରୁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା | ଲଷ୍ମୀ ମନ୍ଦିର ରତ୍ନମୁଦ କାର୍ଯ୍ୟକ୍ରମ ରେ ସମାଜସେବୀ ତଥା ବିଜେଡି ନେତା ଟୁନା ଦାସ, କ.ନୂଆଗାଁ ବ୍ଲକ ଅଧକ୍ଷା ସୁଲୋଚନା ଦଳବେହେରା, ଧବଳେଶ୍ୱର ପାତ୍ର, ବାଲିଗୁଡା ବ୍ଲକ ବିଜେଡି ସଭାପତି ଅବନୀ କାନ୍ତ ନାୟକ, ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶିମାଝି ପ୍ରମୁଖ ଉପସ୍ଥିତ ରହି ମା ‘ଙ୍କ ସାନିଧ୍ୟ୍ୟ ଲାଭ କରିଥିଲେ |
