ନୂଆପଡ଼ା:ରିପୋର୍ଟ( ସୁରେଶ ଦଣ୍ଡସେନା)
ନୂଆପଡ଼ା ପଞ୍ଚାୟତ ସମିତି ଅନ୍ତର୍ଗତ ଆମାନାରା ଗ୍ରାମ ପଞ୍ଚାୟତରେ ଆଜି ‘ଗାଁରେ ପ୍ରଶାସନ’ ଓ ‘ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଭିଜିଲାନ୍ସ ବିଭାଗର ଡିଏସ୍ପି ଦିନବନ୍ଧୁ ବେହେରା, ନୂଆପଡ଼ା ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ନୂଆପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଜିଲ୍ଲା ପରିଷଦ ସଭ୍ୟା ଉମା ଠାକୁର ଏବଂ ନୂଆପଡ଼ା ବ୍ଲକ ଉନ୍ନୟନ ଅଧିକାରୀ ରୋହିତ ଭୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।ଏହି ଅବସରରେ ଦୁର୍ନୀତିମୁକ୍ତ ପ୍ରଶାସନ, ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ, ଏବଂ ସାଧାରଣ ଲୋକଙ୍କ ଅଧିକାର ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଏଥିସହ ଜନସାଧାରଣଙ୍କ ସମସ୍ୟା ଓ ଅଭିଯୋଗର ସମାଧାନ ପାଇଁ ପ୍ରଶାସନ ସହ ସିଧାସଳଖ ଯୋଗାଯୋଗ ରଖିବା ଏବଂ ସରକାରୀ ସେବାର ସୁଯୋଗ ନେବାକୁ ଗୁରୁତ୍ୱ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ସମିତି ସଭ୍ୟା, ଆମାନାରା ଗ୍ରାମ ପଞ୍ଚାୟତର ସରପଞ୍ଚ, ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି ଓ ପଞ୍ଚାୟତର ବହୁ ଜନସାଧାରଣ ଉପସ୍ଥିତ ଥିଲେ।
